**ବନ୍ଦ କର ବନ୍ଦ କର **

ରକ୍ତ ରଞ୍ଜିତ ଏ ଧରା

ଆରତର ସ୍ୱର

କେତେ ବା ଖେଳିବ ଆଉ

ରକ୍ତର ଅବିର ।

ମତ୍ତ ପ୍ରମତ୍ତ ହେ ମତି

ଛାଡ ଏ ସଂହାର

ଶୁଭୁ ନାହିଁ ତୁମ କର୍ଣ୍ଣେ

ବିଳାପର ସ୍ୱର ।

ହେ ବୁଭୁକ୍ଷୁ ଶୁଣ ବାରେ

ଚେତନାର ସ୍ୱର

କ୍ଷଣେ ରୁହ ଭାବି ଦେଖ

ଗଭୀର ଅନ୍ତର ।

ପାଷାଣ ନୁହେଁ ଏ ନର

ପିଶାଚ ଅନ୍ତର

ରକ୍ତ ରଂଜିତ ଏ ହସ୍ତ

ମୁକ୍ତିର ଆଧାର ।

ଜାଗି ଉଠ ଚେତି ଉଠ

ହେ ମତ୍ତ ପ୍ରବର

ଅଶାନ୍ତିର ବହ୍ନି ଲିଭୁ

ତୁମରି ଅନ୍ତର ।

ଲାଭ କ୍ଷତି ବୁଝୁ ନାହଁ

କ୍ରୁରତା ପ୍ରଖର

ନିଆଁରେ ଜାଳି ଜଳାଅ

ସୁନ୍ଦର ସଂସାର ।

ବନ୍ଦ କର ବନ୍ଦ କର

ଏ ନର ସଂହାର

ଅନ୍ତର୍ମୁଖୀ ହୁଅ ସର୍ବେ

ନିଅ ରକ୍ଷା ଭାର ।

ହର ମୋହନ ଦାଶ

୦୩/୧୦/୨୦୨୪

Comments

Popular posts from this blog

My God Divine

My Little Aquarim